ମୋଷ୍ଟକ ଖୁଚୁରା ବୁକିଂ ନିମନ୍ତେ ଅନୁରୋଧ କଲେ ରୋହିତ
ବ୍ରହ୍ମପୁର,୨୮/୭(ଅଭିଜିତ କର): ସ୍ଥାନୀୟ ଫାଷ୍ଟ ଅଟୋ ନଗର, ଶ୍ରୀକ୍ଷେତ୍ର ବିହାର ଠାରେ ଥିବା ହେରିଟେଜ୍ କଂଭେଂସନ୍ ଠାରେ ତୃତୀୟ ବ୍ରହ୍ମପୁର ପୋଷାକ ବାଣିଜ୍ୟ ମେଳା ୨୦୨୬ ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୋଷ୍ଟକର ପରିଚାଳନା ଓଡ଼ିଶା ମୁଖ୍ୟ ଶ୍ରୀ ରୋହିତ ବୋଦର୍ ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ଏହି ମେଳାରେ କମ୍ପାନୀର ନୂତନ ଭାବେ ଫିଟ୍ ଗାଇଡ ଫର୍ ମେନ୍ ନାମରେ ୧୨ଟି ମୋଡେଲର ପ୍ରଦର୍ଶନ ହୋଇଛି । ଏହା ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ମନ ପସନ୍ଦ ହୋଇଥିବା ସହ ବ୍ରହ୍ମପୁରରେ ପୂର୍ବରୁ ବ୍ୟବସାୟ କରି ପୋଷାକ ପ୍ରେମୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଆସିଛି। ଏହି ପସନ୍ଦକୁ ଆହୁରି ଅଧିକ ଦୃଢ଼ତା ଆଣିବା ନେଇ କମ୍ପାନୀ ପକ୍ଷରୁ ଯେ, କୌଣସି ୩ଟି ପୋଷାକର କ୍ରୟ ଉପରେ ଏକ ସ୍ମାର୍ଟ ୱାଚ୍ ଉପହାର ପ୍ରଦାନ କରିବାର ବ୍ୟବସ୍ଥା ରହିଥିବା ଶ୍ରୀ ରୋହିତ କହିଥିଲେ ।

ସେହିପରି ନୂଆଦିଲ୍ଲୀ ଗାର୍ମେଣ୍ଟର ବ୍ରହ୍ମପୁର ମୁଖ୍ୟ ହିମାଂଶୁ ସାହୁ କହିଛନ୍ତି ଯେ, ବ୍ରହ୍ମପୁରରେ ବିଜିଟିଏଫ୍ ୩.୦ ଉଦ୍ଘାଟିତ ହୋଇ ବିଶ୍ୱାସର ସମ୍ପର୍କକୁ ଦ୍ଵିଗୁଣିତ କରିଛି । ବ୍ୟବସାୟ ବିଶ୍ୱାସ ଓ ସମ୍ପର୍କକୁ ନେଇ ଚାଲେ, ଯାହାକୁ ମୋଷ୍ଟକ ବଜାୟ ରଖିବାକୁ ଶତ ଚେଷ୍ଟିତ କରିଛି। ପୂର୍ବରୁ ଏହା ବିଭିନ୍ନ ହୋଲ ସେଲ ବ୍ୟବସାୟୀ ମାନଙ୍କ ଦ୍ଵାରା ବ୍ୟବସାୟ କରିଥିବା ବେଳେ, ଅତି ନିକଟରେ ଏହା ନିଜର ଏକ ଶୋ ରୁମ ବ୍ରହ୍ମପୁରରେ କରିବାକୁ ଯାଉଛି । ଯାହା ପୋଷାକ ପ୍ରେମୀ ମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ଦେବା ସହ ଏହା ବାଣିଜ୍ୟ ମେଳା ଅନୁଷ୍ଠିତ ହେବାରେ ସଫଳ ହେବ । ଏଣୁ ବ୍ରହ୍ମପୁର ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ମାଲିକ ମାନଙ୍କୁ ନିମନ୍ତ୍ରଣ ଯେ, ଆମର ଏହି ନୂଆଦିଲ୍ଲୀ ଗାର୍ମେଣ୍ଟର ଉପସ୍ଥାପନାରେ ଖୁଚୁରା ବୁକିଂ ନିମନ୍ତେ ଅନୁରୋଧ କରୁଛୁ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ଏଜେଣ୍ଟ ଅଲେଖ ନାଥ ଏବଂ ସହକାରୀ ସଂଯୋଜକ ମୁକୁନ୍ଦ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।
