• ୩୨ ଫୁଟର ଶ୍ରୀ ଗଣେଶଙ୍କ ମୂର୍ତ୍ତି ସହ କଳା ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ ରହିବ – ସନ୍ତୋଷ ପାତ୍ର
ବ୍ରହ୍ମପୁର,୨୩/୮(ଅଭିଜିତ କର): ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଶୋକ ନଗର ପୂଜା କମିଟି ପକ୍ଷରୁ ଷଷ୍ଠ ଲାଇନ୍ରେ ୧୯ତମ ଗଣେଶ ପୂଜା ଆୟୋଜନ ହେବ। ସେନେଇ ଆଜି ସ୍ଥାନୀୟ ପଡିଆ ଠାରେ ଆୟୋଜକ ମାନଙ୍କ ଦ୍ଵାରା ଏକ ବୈଠକ ଅନୁଷ୍ଠିତ ହୋଇ ଚଳିତ ବର୍ଷ ପୂଜାକୁ ଆଡ଼ମ୍ବର ଓ ଚାକଚକ୍ୟ ସହ ପୂଜାବିଧ, ସଂସ୍କୃତି ଓ ପରମ୍ପରାକୁ ଅଧୂକ ଗୁରୁତ୍ବ ଦେଇ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ଚୟନ କରାଯାଇଛି । ତେବେ ସୂଚନା ଅନୁସାରେ, ଚଳିତ ବର୍ଷ ୩୨ ଫୁଟ ଉଚ୍ଚର ଶ୍ରୀ ଗଣେଶଙ୍କ ମୂର୍ତ୍ତି ପୂଜା ପାଇବାକୁ ଥିବାବେଳେ କଳା, ସଂସ୍କୃତି ଓ ପରମ୍ପରାକୁ ଅଧୂକ ପ୍ରାଧାନ୍ୟ ଦେବା ନେଇ ପ୍ରାଥମିକ ସୂଚନା ଦେଇ ବୈଠକକୁ ଆରମ୍ଭ କରିଥଲେ ପୂଜା ଆୟୋଜକ ଏ.ହରି ପାତ୍ର ଓ ଏ.ସନ୍ତୋଷ ପାତ୍ର ।
ଚଳିତ ବର୍ଷ ପୂଜାକୁ ଅଧୂକ ଆଡ଼ମ୍ବର ପୂର୍ଣ୍ଣ କରିବା ପାଇଁ ଯୋଜନା କରାଯାଇ ପୂଜା କମିଟି ଘୋଷଣା କରାଯାଇଛି, ଯେଉଁଥିରେ ଉପଦେଷ୍ଟା ରୂପେ ବିଶିଷ୍ଟ ଉଦ୍ଘୋଷକ ହୃଷୀକେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ଓ ଅମ୍ବିକା ପ୍ରସାଦ ଦାଶ ରହିଥିବା ବେଳେ, କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣା ସଭାପତି, ଉପ ସଭାପତି ରୂପେ ସାମ୍ବାଦିକ ଶକ୍ତିଧର ରାଜଗୁରୁ ଓ ଅଶୋକ କୁମାର ବ୍ରହ୍ମା, ସମ୍ପାଦକ ଏ.ଶିବରାମ ପାତ୍ର, ଯୁଗ୍ମ ସମ୍ପାଦକ ସାମ୍ବାଦିକ ଦେବହରି ବେହେରା ଓ ସମୀର କୁମାର ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଦାୟିତ୍ୱରେ ପି.ସତ୍ୟ ନାରାୟଣ ଓ କିରଣ କୁମାର ସାହୁ, ସଂଯୋଜକ ଦାୟିତ୍ୱରେ ବ୍ୟବସାୟୀ ପ୍ରଭାକର ପାଢ଼ି ପ୍ରମୁଖଙ୍କୁ ଚୟନ କରାଯାଇଥିବା ବେଳେ, ମିଡିଆ ସେଲ୍ ମୁଖ୍ୟ ଭାବେ ସାମ୍ବାଦିକ ସୁଦୀପ କୁମାର ସାହୁଙ୍କୁ ମନୋନିତ କରାଯାଇଛି।
କାର୍ଯ୍ୟକାରୀ କମିଟିରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ରହିଛନ୍ତି ବୋଲି ଯୁବନେତା ଏ.ସନ୍ତୋଷ ପାତ୍ର କହିଛନ୍ତି। ସେହିପରି ସେ କହିଛନ୍ତି ଯେ, ଚଳିତ ବର୍ଷ ୩୨ ଫୁଟ ଉଚ୍ଚତାର ମୂର୍ତ୍ତି ହୋଇଥିବା ବେଳେ ସ୍ଥାନୀୟ ମୂର୍ତ୍ତି କାରିଗରଙ୍କୁ ହିଁ ସୁଯୋଗ ଦିଆଯାଇଛି, ବ୍ରହ୍ମପୁରର ମୂର୍ତ୍ତି କାରିଗର ମାନେ ନିୟୋଜିତ ହୋଇଛନ୍ତି, ତାଙ୍କୁ ସହଯୋଗ କରୁଛନ୍ତି କଟକର କିଛି ପ୍ରତିଷ୍ଠିତ କାରିଗର। ଆସନ୍ତା ୮ ତାରିଖରେ ଶୁଭଖୁଣ୍ଟି ସ୍ଥାପନ ହେବ, ୧୪ ତାରିଖ ଠାରୁ ପୂଜାର୍ଚ୍ଚନା ହୋଇ ୨୫ ତାରିଖରେ କ୍ଷୀର ଅଭିଶେକ ପରେ ବିସର୍ଜନ କରାଯିବ ।
ଏହି ଅବସରରେ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ସହ ଏଠାରେ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ, ପ୍ରତ୍ୟେକ ଦିନର ପୂଜା ଓ ସନ୍ଧ୍ୟା ଆଳତି ମାଧ୍ୟମରେ ଭକ୍ତିମୟ ପରିବେଶ ସୃଷ୍ଟି କରାଯିବ। ଭକ୍ତଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା ରହିଥିବା ସହ ସମାଜ ସେବାରେ ନିୟୋଜିତ ହେବାକୁ ଯୁବପିଢ଼ିଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ଶ୍ରୀ ପାତ୍ର କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିବ ପାଢ଼ି, ଅମ୍ରିତ ରାଜ୍, ବିକ୍ରମ କୁମାର ଜେନା, ଶ୍ରୀଧର ସାହୁ, ସ୍ବାଧୀନ, ରାଜ, ବିକାଶ ପ୍ରଧାନ, କିରଣଙ୍କ ସହ ବହୁ ଯୁବକ ପୂଜା ପରିଚାଳନା ଦାୟିତ୍ବରେ ଅଛନ୍ତି।
