• ସ୍ଥାପନ ହେଲା ଶୁଭାରମ୍ଭ ସ୍ତମ୍ବ, ୧୪ରୁ ମହା ସମାରୋହରେ ପୂଜାର୍ଚ୍ଚନା
• ପରିବେଷଣ ହେବ ସମ୍ପୂର୍ଣ୍ଣ ପରମ୍ପରନୁଯାୟୀ ସାଂସ୍କୃତିକ କାର୍ଯ୍ୟକ୍ରମ
• ୨୨ରେ “ମେଗା ରକ୍ତଦାନ ଶିବିର”, ଯୁବ ଗୋଷ୍ଠୀଙ୍କୁ ଆହ୍ବାନ ଦେଲେ ସନ୍ତୁ ଆନ୍ନା
ବ୍ରହ୍ମପୁର,୮/୯(ଅଭିଜିତ କର): ସ୍ଥାନୀୟ ଅଶୋକ ନଗର ସ୍ଥିତ ଷଷ୍ଠ ଗଳି ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ତମ ପବିତ୍ର ସିଦ୍ଧି ବିନାୟକ ପୂଜା ଉତ୍ସବ ପାଳନ ଅବସରରେ ଆଜି ଅଶୋକ ନଗର ଯୁବକ ସଂଘ ପକ୍ଷରୁ ପୂଜାର ଶୁଭାରମ୍ଭ ସ୍ତମ୍ଭ ବା (ଶୁଭଖୁଣ୍ଟ) ସ୍ଥାପନା ତଥା ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଗଣେଶ ପୂଜା କମିଟି ସଭାପତି ତଥା ସ୍ଥାନୀୟ ୱାର୍ଡ କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ତଥା ସୁବିଖ୍ୟାତ ଉଦ୍ଘୋଷକ ହୃଷୀକେଶ୍ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଏ. ଶିବରାମ ପାତ୍ର, ଉପ ସଭାପତି ଶକ୍ତିଧର ରାଜାଗୁରୁ, ଅଶୋକ କୁମାର ବ୍ରହ୍ମା, ସମ୍ପାଦକ ଶିବରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ସଭାପତି ଶ୍ରୀ ମହାରଣା ଆୟୋଜିତ ଉତ୍ସବର ସଫଳ କାମନା ନେଇ ଅନୁରୋଧ କରିଥିବା ବେଳେ, ସମ୍ପାଦକ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ସେହିପରି ଅନ୍ୟ ପଦାଧିକାରୀ ମାନେ ମଧ୍ୟ ନିଜ ନିଜର ବକ୍ତବ୍ୟରେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସମୂହ ଉପସ୍ଥାପନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଆବାହକ ଶ୍ରୀ ସନ୍ତୋଷ ପାତ୍ର ସମାରୋହ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ସଂଘ ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ୩୨ ନମ୍ବର ୱାର୍ଡରେ ୩୨ ଫୁଟର “ଲାଲ୍ ବାଗ୍ୟଚା ଜି ରାଜା” ଶ୍ରୀ ଗଣେଶଙ୍କ ଅବିକଳ ମୂର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ । ସେହିପରି ଉକ୍ତ ବର୍ଷ ଉତ୍ସବକୁ ଆହୁରି ଅଧିକ ରୋମାଞ୍ଚକର କରିବା ଉଦ୍ଦେଶ୍ୟରେ ଲୋକ କଳା ତଥା ଓଡ଼ିଶାର ପରମ୍ପରାକୁ ଦୃଷ୍ଟିରେ ରଖି ସମ୍ପୁର୍ଣ୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏଥିରେ ଜୁନିୟର ଓ ସିନିୟର ଦୁଇଟି ବିଭାରେ ପ୍ରତିଦିନ ପ୍ରତିଯାଗିତା ଅନୁଷ୍ଠିତ ହେବ, ବହୁ ଉତ୍ସାହୀ କଳାକାର ମାନେ ଏଥି ପାଇଁ ପଞ୍ଜିକରଣ କରିଛନ୍ତି। ଏବଂ ଅନ୍ୟ ଯେଉଁ ମାନେ ଅଂଶ ଗ୍ରହଣ କରିବା ପାଇଁ ଚାହାନ୍ତି ସଙ୍ଗୁ ସହ ଯୋଗାଯୋଗ କରନ୍ତୁ ବୋଲି କହିଥିଲେ। ଏହାସହ ଶ୍ରେଷ୍ଟ ବ୍ରହ୍ମପୁର ପ୍ରତିଭା ସମ୍ମାନରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ଦିଆଯିବ। ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହେବା ସହ ବିଧି ଅନୁସାରେ ଦୈନିକ ମହା ଆଡ଼ମ୍ବରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ।

ଏହି ଉତ୍ସବ ପାଳନ ଅବସରରେ ଏକ ସ୍ବତନ୍ତ୍ର ଅଭିଯାନ ସଂଘ ହାତକୁ ନେଇଛି, ଯାହା ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇ ଆସୁଥିଲା । ତାହା ଏହି ଉତ୍ସବ ମଧ୍ୟରେ ଅନ୍ୟତମ ଏକ ଜନହିତକର କାର୍ଯ୍ୟ ରୂପେ ପରିଗଣିତ ହେବ, ସେନେଇ ୨୨ ତାରିଖରେ ଏକ “ମେଗା ବ୍ଲଡ ଡୋନେଟ୍ କ୍ୟାମ୍ପ” ଆୟୋଜିତ ହେବ । ଯାହା ସକାଳ ୮ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଜାରି ରହିବ, ଏଥିରେ ଯେଉଁ ରକ୍ତଦାତା ମାନେ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଇଚ୍ଛୁକ ସେମାନେ ଯୋଗଦାନ କରି ପାରିବେ ବୋଲି ଶ୍ରୀ ପାତ୍ର ଆହ୍ବାନ କରିଛନ୍ତି । ତେବେ ଉତ୍ସବର ଅନ୍ତିମ ପର୍ଯ୍ୟାୟ ତଥା ୨୪ ତାରିଖ ସନ୍ଧ୍ୟା ୫ ଘଟିକା ୪୬ ମିନଟରେ ଗଣେଶ ପୂଜାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଏବଂ ୨୫ ତାରିଖରେ କ୍ଷୀରାଭିଷେକ ସହ ବିସର୍ଜନ କାର୍ଯ୍ୟକ୍ରମ ରହିବ ବୋଲି ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହି ଉତ୍ସବକୁ ସୁଚାରୁ ରୂପେ ସମ୍ପାଦନା କରିବା ନେଇ ପ୍ରଶାସନର ଅନୁମତି ସହ ସମେତ ପ୍ରକାରର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ମଧ୍ୟ ସମ୍ପୃକ୍ତ ବିଭାଗ ଗୁଡ଼ିକୁ ଅନୁରୋଧ ପତ୍ର ପ୍ରଦାନ କରାଯାଇଛି ବୋଲି କୁହାଯାଇଛି।

ଅନ୍ୟ ମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ଦେବହରି ବେହେରା, କୋଷାଧ୍ଯକ୍ଷ ସତ୍ୟ ନାରାୟଣ, କିରଣ କୁମାର ସାହୁ, ସଂଯୋଜକ ପ୍ରଭାକର ପାଢି, କାର୍ଯ୍ୟକାରୀ ସଦସ୍ୟ କୁମାର ସୁରଜ ମହାରଣା, ଶିବ ଶଙ୍କର ପାଢୀ, ବିକ୍ରମ କୁମାର ଜେନା, ଏଲ୍. ଅମ୍ରିତ୍ ରାଜ, ଆଦିତ୍ୟ କୁମାର ପଟ୍ଟନାୟକ ଏବଂ ଲୋକସମ୍ପର୍କ ସମ୍ପାଦକ ସୁଦୀପ କୁମାର ସାହୁ, ପ୍ରହଲ୍ଲାଦ ସାହୁ ଓ ଦିନେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ ।
Abhijit Kar (Journalist)
Correspondent BERHAMPUR GANJAM
MANTHAN Odia Daily Newspaper
7008342882 / 7894703727
abhijitkara1995@gmail.com
