ବ୍ରହ୍ମପୁର,୯/୯(ଅଭିଜିତ କର): ସ୍ଥାନୀୟ ସବ୍ ରେଜିଷ୍ଟ୍ରାର ଛକ ସ୍ଥିତ ସିଟି ହାଇସ୍କୁଲର ତେଲୁଗୁ ମାଧ୍ୟମର ଛାତ୍ରଛାତ୍ରୀ ମାନଙ୍କୁ ଆଜି ସ୍କୁଲ ବ୍ୟାଗ୍ ବଣ୍ଟନ କରାଯାଇଛି । ସ୍କୁଲର ପୁରୁଣା ଛାତ୍ର ସଂଘ ପକ୍ଷରୁ ସଭାପତି ଡା. ଇ ଜୟନ୍ତୀ ରାଓ, ସମ୍ପାଦକ, ଉପ ସଭାପତି ଶ୍ରୀନିବାସ ରାଜନା ଓ ଯୁଗ୍ମ ସମ୍ପାଦକ ଜମ୍ମୁଲା ସୁରେଶ ପ୍ରମୁଖଙ୍କ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାଗ୍ ପ୍ରଦାନ କରାଯାଇଥିଲା । ତେବେ ସୂଚନା ଅନୁସାରେ ଶିଶୁ ବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ଓ ମିଠା ବଣ୍ଟନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାହୁଙ୍କ ସମେତ ଶିକ୍ଷୟିତ୍ରୀ ଏମ୍. ଉମା ଜୟନ୍ତୀ, ଏନ୍. ନାଗେଶ୍ୱର ରାଓ ଓ ଏସ୍. ସ୍ୱାତୀ ଉପସ୍ଥିତ ଥିଲେ ।
