• ବ୍ରହ୍ମପୁରରେ ‘କିସନା’ର ନୂତନ ସ୍ୱତନ୍ତ୍ର ଶୋ’ ରୁମ୍ ର ଶୁଭ ଉଦ୍ଘାଟନ
• ବ୍ରହ୍ମପୁରରେ ସୁନା ଓ ହୀରା ବ୍ୟବସାୟକୁ ‘କିସନା’ ଆହୁରି ସୁଦୃଢ଼ କରିଛି – ଶ୍ରୀ ଢୋଲକିଆ
ବ୍ରହ୍ମପୁର,୧୯/୪(ଅଭିଜିତ କର): ସ୍ଥାନୀୟ ସାନ ବଜାର ଅଞ୍ଚଳ ମୁଖ୍ୟ ରୋଡ଼ ଠାରେ କିସନା ଡାଏମଣ୍ଡ ଏବଂ ସୁନା ଗହଣା ପକ୍ଷରୁ ଓଡିଶାରେ ଏହାର ୬ଷ୍ଠ ତଥା ଭାରତର ୧୫୦ ତମ ବିଶେଷ ଶୋ’ ରୁମ୍ ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି । ଏହି ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ରୂପେ ହରି କ୍ରିଷ୍ଣା ଗ୍ରୁପ୍ର ପ୍ରତିଷ୍ଠାତା ତଥା ଏମ.ଡ଼ି. ଶ୍ରୀ ଘନଶ୍ୟାମ ଢୋଲକିଆ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ସିଇଓ ପରାଗ ଶାହ, ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ପାର୍ଟନର ଶ୍ରୀ କେ. ରବିନ୍ଦ୍ରନାଥ ସେନାପତି, ଶ୍ରୀଯୁକ୍ତ କେ. ରାଜ କୁମାର ସେନାପତି ଏବଂ ଶ୍ରୀମତି କେ. ସସ୍ମିତା ସେନାପତି ପ୍ରମୁଖଙ୍କ ମିଳିତରେ ରିବନ୍ କାଟି ଶୋ ରୁମର ଶୁଭ ଉଦ୍ଘାଟନ କରାଯାଇଥିଲା । ଏନେଇ ଏହି ନୂତନ ଶୋ’ ରୁମ୍ ମାଧ୍ୟମରେ କିସନା ଏହି ଅଂଚଳରେ ତାହାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିଛି, ଏଣୁ ଯାହାକି ହର୍ ଘର୍ କ୍ରିଷ୍ଣା ଓ ‘ହର୍ ଘର୍ କିସ୍ନା’ ଏହି ଦୃଷ୍ଟିକୋଣ ସହ ଜଡିତ ରହିବାକୁ ନିବେଦନ ରଖିଛନ୍ତି ଏମ.ଡ଼ି. ଶ୍ରୀ ଢୋଲକିଆ । ସେହିପରି ସିଇଓ ଶ୍ରୀ ଶାହ କହିଛନ୍ତି ଯେ, ଆଧୁନିକ ଡିଜାଇନ ଠାରୁ ଆରମ୍ଭ କରି ପାରମ୍ପରିକ ଅକେଜନ ୱେୟାର ପର୍ଯ୍ୟନ୍ତ, ଆମେ ପ୍ରତ୍ୟେକ ଉପଭୋକ୍ତାଙ୍କ ପସନ୍ଦ ପାଇଁ କିଛି ଉତ୍ପାଦ ପ୍ରଦା କରିବାକୁ ଲକ୍ଷ୍ୟ ରଖିଛୁ, ଯାହା ଉତ୍କର୍ଷତା, ମୂଲ୍ୟ ଓ ଉପଲବ୍ଧତାର ଏକ ଉପଯୁକ୍ତ ମିଶ୍ରଣ ନିଶ୍ଚିତ କରୁଛି ।

ଏହି ପରିପ୍ରେକ୍ଷୀରେ ଶୋ ରୁମର ଫ୍ରାଞ୍ଚାଇଯ ମୁଖ୍ୟ ଶ୍ରୀ ସେନାପତି କହିଛନ୍ତି ଯେ, ଏହି ବିଶାଳ ଶୁଭାରମ୍ଭକୁ ଚିହ୍ନିତ କରିବା ପାଇଁ କିସ୍ନା ପକ୍ଷରୁ ଏକ ସ୍ୱତନ୍ତ୍ର ଉଦ୍ଘାଟନୀ ଅଫର ଆରମ୍ଭ କରାଯାଇଛି, ଯେଉଁଥିରେ ହୀରା ଅଳଙ୍କାର ଉପରେ ୫%ର ଅତିରିକ୍ତ ରିହାତି ଅନ୍ତର୍ଭୁକ୍ତ ଥିଲା । ଏହି ଅଫର କେବଳ ଶୋ’ରୁମ ଲଞ୍ଚି ଦିବସରେ ସ୍ୱତନ୍ତ୍ର ଭାବେ ବୈଧ, ବର୍ତମାନ ଜାରି ରହିଥିବା ପାର୍ବଣ ଋତୁର ଅଂଶ ଭାବେ କିସ୍ନା ‘ଅକ୍ଷୟ ହାପିନେସ୍ କ୍ୟାମ୍ପେନ’ ଅଧିନରେ ‘ଦ ବିଗେଷ୍ଟ ଫେଷ୍ଟିଭ ଅଫର’ର ଘୋଷଣା କରାଯାଇଛି, ଯେଉଁଥିରେ ହୀରା ଓ ସୁନା ଅଳଙ୍କାର ଉପରେ ଏକାଧିକ ଉତ୍ସାହଜନକ ଅଫର ଅନ୍ତର୍ଭୁକ୍ତ କରିଛି । ଏହା ଉପଭୋକ୍ତାଙ୍କୁ ଉତ୍ସବ ପାଳନ କରିବା ଓ ପାର୍ବଣ ସପିଙ୍ଗରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରିଛନ୍ତି। ଏହାସହ ସେ କହିଛନ୍ତି ଯେ, କିସ୍ନା ପକ୍ଷରୁ ହୀରା ଅଳଙ୍କାରର ମେକିଂ ଚାର୍ଜ ଉପରେ ଫ୍ଲାଟ ୪୦% ରିହାତି ଓ ସୁନା ଅଳଙ୍କାରର ମେକିଂ ଚାର୍ଜ ଉପରେ ୩୦%ର ରିହାତି ପ୍ରଦାନ କରାଯାଉଛି । ଉପଭୋକ୍ତା ମାନେ ହୀରା ଓ ସୁନା ଅଳଙ୍କାରର ନିର୍ଦ୍ଧିଷ୍ଟ କ୍ରୟ ଉପରେ ୧୦ ଗ୍ରାମ ଓ ୨୦ ଗ୍ରାମର ସିଲଭର କଏନ ମାଗଣାରେ ପାଇ ପାରିବେ ଏବଂ ପୁରୁଣା ସୁନା ଉପରେ ୧୦୦% ଏକ୍ସଚେଞ୍ଜ ମୂଲ୍ୟ ପାଇ ପାରିବେ ।

ସେହିପରି ଶ୍ରୀମତି ସେନାପତି କହିଛନ୍ତି, ଯେ, ବ୍ରହ୍ମପୁରରେ ଆମର ଶୋ’ରୁମର ଶୁଭାରମ୍ଭ ପାଇଁ କିସ୍ନା ସହ ସହଭାଗିତା କରି ଆନନ୍ଦିତ, କିସ୍ନାର ବିଶ୍ୱାସ, ଅଭିନବ ଡିଜାଇନ ଓ ଗ୍ରାହକ କେନ୍ଦ୍ରିତ ଆଭିମୁଖ୍ୟର ମଜବୁତ ବିରାସତ ସହିତ ଆମେ ନିଶ୍ଚିତ ଯେ, ଏହି ବ୍ରାଣ୍ଡ ଓଡିଶାର ଗ୍ରାହକଙ୍କ ସହ ଉତ୍ତମ ଭାବେ ପ୍ରତିଧ୍ୱନିତ୍ୱ ହେବ । ଏଣୁ ସ୍ବତନ୍ତ୍ର ରୂପେ ମହିଳା ମାନଙ୍କୁ ମଧ୍ୟ ନିବେଦନ କି ଏହାକୁ ଆସି କ୍ରୟ କରିବେ, କାରଣ ସେମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ବହୁ ସୋନ୍ଦର୍ଯ୍ୟପୂର୍ଣ୍ଣ ଗହଣା ମାନ ଉପଲବ୍ଧ ରହିଛି । ତେଣେ ଏହି ଏହି ବ୍ରାଣ୍ଡ ଲଂଚ୍ ଅବସରରେ ଜନହିତକର କାର୍ଯ୍ୟ ରୂପେ ଅବହେଳିତ ଲୋକଙ୍କ ପାଇଁ ଏକ ଖାଦ୍ୟ ବିତରଣ କାର୍ଯ୍ୟକ୍ରମର ଆୟୋଜନ ସହ ସ୍ୱଚ୍ଛ ଭାରତ ଅଭିଯାନରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଓ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ କାର୍ଯ୍ୟକାରୀ ସହଯୋଗୀ ପ୍ରବନ୍ଧକ ଶ୍ରୀ ଯୋଗେଶ ଜସନିଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିବା ବେଳେ, ସି.ଏସ.ଆର୍ ଓ ପି.ଆର୍ ନ୍ୟାସନାଲ ହେଡ ପ୍ରିୟେଶ ଗମୋଟ ଏବଂ ପୂର୍ବ ଭାରତର ବ୍ୟବସାୟ ପ୍ରବନ୍ଧକ ଶ୍ରୀ ଅମିତ୍ କୁମାର ପରିଚାଳନା କରିଥିଲେ ।
