ବ୍ରହ୍ମପୁର,୧/୫(ଅଭିଜିତ କର): ସ୍ଥାନୀୟ ଆସିକା ରୋଡ଼ ଅଞ୍ଚଳ ୩ନଂ ୱାର୍ଡ ଅନ୍ତର୍ଗତ କାଳୁପାତ୍ର ସାହି ସ୍ଥିତ ଭାଗବତ ପିଠ କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ତୈଳିକ ବୈଶ୍ୟ ସମାଜ, ବ୍ରହ୍ମପୁର ତରଫରୁ ଶ୍ରମିକ ଦିବସ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ବ୍ୟବସାୟୀ ଭାସ୍କର ଚନ୍ଦ୍ର ସାହୁ ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ବ୍ୟବସାୟୀ ଶିବ ରାମ ସାହୁ, ମୁଖ୍ୟବକ୍ତା ରୂପେ ସ୍ଥାନୀୟ ୩ ନଂ ୱାର୍ଡ କର୍ପୋରେଟର ଶ୍ରୀମତୀ ସବିତା ସାହୁ ପ୍ରମୁଖ ଯୋଗଦେଇ ସମାଜର ସଦସ୍ୟ ମାନଙ୍କୁ ସମ୍ମାନ ଜନକ ଉଦବୋଧନ ଦେଇଥିଲେ। ଏହି ଅବସରରେ ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫ଜଣ ନିଷ୍ଠାପର, ଦାୟିତ୍ୱବାନ, ବିଶ୍ୱସ୍ତ ଓ ସହନଶୀଳତାର ସହ କାର୍ଯ୍ୟ ନିର୍ବାହ କରୁଥିବା ଜାତି ଭାଇ ଓ ଭଉଣୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ସହ କିଛି ଘରକରଣ ସାମଗ୍ରୀ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ ଉପଦେଷ୍ଟା ରବି କୁମାର ସାହୁଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିବା ବେଳେ, ସୂର୍ଯ୍ୟ ନାରାୟଣ ସାହୁ, କୀର୍ତ୍ତନ ସାହୁ ଓ ପ୍ରଶାନ୍ତ କୁମାର ସାହୁ ସଭା ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଇଂ. ରବି ନାରାୟଣ ସାହୁ, ବିଜୟ କୁମାର ସାହୁ, ଇଂ. ଅଶୋକ କୁମାର ସାହୁ, ରାମ ଚନ୍ଦ୍ର ସାହୁ, ତ୍ରିଲୋଚନ ସାହୁ, ତାରିଣୀ ପ୍ରସାଦ ସାହୁ, ଶରତ ଚନ୍ଦ୍ର ସାହୁ, ଜ୍ୟୋତିନ୍ଦ୍ର ପ୍ରସାଦ ସାହୁ, ଅବିନୟ ସାହୁ ଓ ଅନ୍ୟ ମାନ୍ୟଗଣ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ । ଶେଷରେ ସୂର୍ଯ୍ୟ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରି ସମସ୍ତଙ୍କୁ ପ୍ରସାଦ ସେବନ କରିବା ଲାଗି ଅନୁରୋଧ କରିଥିଲେ ।
