ବ୍ରହ୍ମପୁର,୨/୫(ଅଭିଜିତ କର): ସ୍ଥାନୀୟ ଗୋସାଇଁନୂଆଗାଁ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ଶନିବାର ସନ୍ଧ୍ୟାରେ ଏକ ଅଭିନନ୍ଦନ ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ଵାରା ପରିଚାଳିତ ଶିକ୍ଷା ବର୍ଷ ୨୦୨୫-୨୬ ମେଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି, ଏହି ପରିପ୍ରେକ୍ଷୀରେ ଉକ୍ତ ବିଦ୍ୟା ମନ୍ଦିରର ପୂର୍ବ ପରି ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ଫଳାଫଳ ସହ ତାର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛି। ସୂଚନା ଅନୁସାରେ ଚଳିତ ଫଳାଫଳ ଗୁଡିକ ମଧ୍ୟରୁ A1ରେ ୧୮ଜଣ, A2ରେ ୩୫ଜଣ, B1ରେ ୨୧ଜଣ, B2ରେ ୧୯ଜଣ, C’ରେ ୧୦ଜଣ ଏବଂ Dରେ କେବଳ ଜଣେ ଛାତ୍ର ଉଚ୍ଚ ଅଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅର୍ପିତା ପଣ୍ଡା ୫୬୯(୯୪.୮୩%), ନରସିଂହ ଆପଟ ୫୬୦(୯୩.୩୩%), ଆଲୋକ ପାତ୍ର ୫୫୯(୯୩.୧୬%), ଆଦର୍ଶ ଚୌଧୁରୀ ୫୫୮(୯୩%), ତନ୍ମୟ ବେହେରା ୫୫୬ (୯୨.୬୬%), କ୍ରିଷ୍ଣାଶ୍ରୀ ସାହୁ ୫୫୫(୯୨.୫%), ସ୍ମୃତିମୟୀ ପାତ୍ର ୫୪୮ (୯୧.୩୩%), କ୍ରିଷ୍ଣାମୟୀ ଚୌଧୁରୀ ଓ ଇତିଶ୍ରୀ ଦାଶ ୫୪୬(୯୧%), ରାଜେଶ୍ୱରୀ ଦଳାଇ ୫୪୪ (୯୦.୬%) ଆଦିତ୍ୟ ପଟ୍ଟନାୟକ ୫୪୩(୯୦.୫%), ତୁଳସୀ ଚୌଧୁରୀ ଓ ପ୍ରିୟଦର୍ଶନୀ ଚୌଧୁରୀ ୫୪୩(୯୦.୫%), ଗୁଞ୍ଜନ ନାହାକ ୫୪୧(୯୦.୧୬%) ବିକାଶ ପାତ୍ର, କାଳୀ ପ୍ରସାଦ ଚୌଧୁରୀ, କାର୍ତ୍ତିକ ସାହୁ, ସ୍ମୃତିମୟୀ ପଣ୍ଡା ପ୍ରମୁଖ ୫୪୦(୯୦%) ଅଙ୍କ ହାସଲ କରି ବିଦ୍ୟା ମନ୍ଦିରର ପୂର୍ବ ଗୋରବ ଓ ନାମକୁ ବଜାୟ ରଖିଛନ୍ତି ବୋଲି କତୃପକ୍ଷ ମାନେ ଖୁସି ବ୍ୟକ୍ତ କରିଛନ୍ତି।
ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ କୁମାର ଦାସ, ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ଦଣ୍ଡପାଣି ସାହୁ, ପ୍ରଧାନାଚାର୍ଯ୍ୟ ନାରାୟଣ ପଣ୍ଡା, ସହକାରୀ ପ୍ରଧାନାଚାର୍ଯ୍ୟ ପତିତପାବନ ଶତପଥି ଓ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କୁ ମିଠା ଖୁଆଇ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନେ ମଧ୍ୟ ନିଜ ସଫଳତାର ଶ୍ରେୟ ନିଜ ନିଜ ପିତାମାତା ତଥା ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଓ ଆଚର୍ଯ୍ୟା ମାନଙ୍କୁ ପ୍ରଦାନ କରିଛନ୍ତି ।
