ବ୍ରହ୍ମପୁର,୩୧/୫(ଅଭିଜିତ କର): ଦୀର୍ଘ ୪୦ ବର୍ଷ ପରେ ସରକାରୀ କୁଇନ୍ ମିଶନ ହାଇସ୍କୁଲର ୧୯୮୬ ମସିହା ମ୍ୟାଟ୍ରିକ ଛାତ୍ର ମାନଙ୍କ ତରଫରୁ ଗାୟତ୍ରୀ ସମ୍ମିଳନୀ କକ୍ଷରେ ରବିବାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆୟୋଜିତ ସଭା କାର୍ଯ୍ୟକୁ ସାମ୍ବାଦିକ ସୁଦୀପ କୁମାର ସାହୁ ସଂଯୋଜନା କରି ଆରମ୍ଭ କରିଥିବା ବେଳେ, ସମସ୍ତ ଛାତ୍ରବନ୍ଧୁ ମାନେ ପୁରୁଣା ସ୍ମୁତି ଚାରଣ କରି ଏପରି କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ପରେ ଅୟୋଜନ କରାଯାଇଥିବାରୁ ଖୁସି ଅନୁଭବ କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇ ଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଦୁନିଆ ଛାଡ଼ି ଚାଲି ଯାଇଥିବା ସମ୍ମାନିତ ଶିକ୍ଷକ ଓ ସହପାଠୀ ବନ୍ଧୁ ମାନଙ୍କ ଲାଗି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଏହି ଅବସରରେ ଗୁରୁ ତଥା ବରିଷ୍ଠ ଶିକ୍ଷାବିତ୍ ଶ୍ରୀ କାହ୍ନୁ ଚରଣ ରଥ, ଶ୍ରୀ ବିରୁପାକ୍ଷ ଦାସ, ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଓ ଶ୍ରୀ ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ଛାତ୍ର ମାନଙ୍କ ଦ୍ଵାରା ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ପରେ ସମସ୍ତେ ସଙ୍ଗୀତ ପରିବେଷଣ କରି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି ଅବସରରେ ପୁରାତନ ଛାତ୍ର ମାନଙ୍କ ତରଫରୁ ଦେବୀ ପ୍ରସାଦ ବେବର୍ତ୍ତା, ସୀମାଞ୍ଚଳ ମହାପାତ୍ର, ଲକ୍ଷ୍ମୀ ନାରାୟଣ ସାବତ, ସରୋଜ ପ୍ରସାଦ ପାଢ଼ୀ, ଡ଼ା ଲକ୍ଷ୍ମୀକାନ୍ତ ମିଶ୍ର, ଦୁର୍ଗା ପ୍ରସାଦ ପାଢ଼ୀ, ପ୍ରଦୋଷ ରଥ, ପ୍ରବୀଣ ଦାସ, ଶିବରାମ ପାତ୍ର, ଆଶିଷ କୁମାର ଚୌଧୁରୀ, ଜେ.ଗୋପୀ, ସତ୍ୟ ନାରାୟଣ ମହାନ୍ତି, ମହେଶ ଚୌଧୁରୀ, ପ୍ରଫୁଲ୍ଲ ପାଣିଗ୍ରାହି, ଯଶବୀର ସିଂହ, ସଚ୍ଚିଦାନନ୍ଦ ଦାସ, ନବିନ ହୋତା, କାହ୍ନୁ ଚରଣ ରଥ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ହେମନ୍ତ ପାଳ ଓ ଆପା ରାଓଙ୍କ ସମେତ ବହୁ ଛାତ୍ର ଯୋଗଦାନ କରିଥିଲେ । ଆଗାମୀ ଦିନରେ ପୁରାତନ ଛାତ୍ର ସଂଘ ତରଫରୁ ବିଭିନ୍ନ ସେବା ମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଏଠାରେ ନିଷ୍ପତି ନିଆଯାଇଥିବା ସହ ସଙ୍ଘର ପଞ୍ଜୀକରଣ କରିବା ନେଇ ମଧ୍ୟ ନିଷ୍ପତି ହୋଇଥିଲା । ଏହି ପରିପ୍ରେକ୍ଷୀରେ ସମ୍ବର୍ଦ୍ଧିତ ଗୁରୁ ମାନେ ଏପରି ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଲାଗି ପୁରାତନ ଛାତ୍ର ମାନଙ୍କୁ କୃତଜ୍ଞତା ଜଣାଇବା ସହ ସେ ସମୟର ଶିକ୍ଷା ବ୍ୟବସ୍ଥା ନେଇ ଆଲୋକ ପାତ କରିଥିଲେ ।
