ବ୍ରହ୍ମପୁର,୫/୯(ଅଭିଜିତ କର): ସହରର ବହୁ ପୁରାତନ ହାଇ ସ୍କୁଲ ରୂପେ ସୁପରିଚିତ ବାବଜିତୋଟା ସାହି ସ୍ଥିତ କୁଇନ୍ ଅଫ ଦି ମିଶନ ହାଇ ସ୍କୁଲରେ ଆଜି ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ଦାଶଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ସ୍କୁଲର କିଛି ପୁରାତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଶିକ୍ଷକ ମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ସାହୁ, କେଦାର ସାହୁ, ଜମ୍ବୁବତି ଗୌଡ଼, ବିଧୁ ବିନୋଦିନୀ ମିଶ୍ର ପ୍ରମୁଖ ରହିଥିଲେ। ଏନେଇ ଉକ୍ତ ସ୍କୁଲର ୧୯୯୧ ମସିହା ମ୍ୟାଟ୍ରିକ ବ୍ୟାଚର ଛାତ୍ର ସଂଘର ସଦସ୍ୟ ଅଶୋକ ବ୍ରହ୍ମା, ନାରାୟଣ ମହାରଣା, ମନୋରଞ୍ଜନ ମିଶ୍ର, ବିଭୂତି ପାତ୍ର ପ୍ରମୁଖ ନିଜ ପୁରାତନ ସ୍କୁଲକୁ ଯାଇ ସେଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପହାର ପ୍ରଦାନ କରିଥିଲେ ।

ତେବେ ପୁରାତନ ଛାତ୍ର ସଂଘ ସଦସ୍ୟ ମାନେ ଆଜି ବିଭିନ୍ନ ସ୍ତରରେ ସଫଳତା ହାସଲ କରି କାର୍ଯ୍ୟରତ ରହିଥିବା ବେଳେ, ନିଜ ପୁରାତନ ସ୍କୁଲ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭୁଲି ଯାଇ ନାହାନ୍ତି । ଏବଂ ତାଙ୍କ ଦ୍ଵାରା ନିଜର ଗୁରୁ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ବର୍ତ୍ତମାନର ଛାତ୍ରଛାତ୍ରୀ ମାନଙ୍କୁ ଏକ ଉତ୍ତମ ବାର୍ତ୍ତା ପ୍ରଦାନ କରିବା ସହ ଗୁରୁ ଓ ଶିଷ୍ୟ ମାନଙ୍କ ପବିତ୍ର ସମ୍ପର୍କକୁ ଉଦ୍ଜିବିତ କରିବା ଉଦ୍ଦେଶ୍ୟରେ ଏହି ପ୍ରୟାସ କରାଯାଇଥିବା ପୁରାତନ ଛାତ୍ର ମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ।
