• ଖାଲିଟାରେ ପଦ ପଦବୀ ମାଡିବସି ରଖିଥିଲେ – ବିଜେଡି
ବ୍ରହ୍ମପୁର,୨୧/୪(ଅଭିଜିତ କର): ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ମାନ୍ୟବର ବ୍ରହ୍ମପୁର ଭାରତୀୟ ଜନତା ପାର୍ଟିର ବିଧାୟକ ଶ୍ରୀ କେ. ଅନୀଲ କୁମାରଙ୍କ ଉପସ୍ଥିତିରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବ୍ରହ୍ମପୁର ବିସିସି ବ୍ୟାଙ୍କ୍ ର ସଭାପତି ତଥା ବରିଷ୍ଠ ବିଜୁ ଜନତା ଦଳର ନେତା ଶ୍ରୀ ଶିବରାମ ପାତ୍ର ଓ ବ୍ୟାଙ୍କ୍ ର ନିର୍ଦ୍ଦେଶକ ତଥା ବିଜେଡି ନାରୀ ନେତ୍ରୀ କୁରୀ କୁମାରୀ ଦାସ ଉଭୟ ଭାରତୀୟ ଜନତା ପାର୍ଟିର ସର୍ବୋଚ୍ଚ ନେତା ମାନଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ଦଳରେ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ମାନ୍ୟବର ବିଧାୟକ ଶ୍ରୀ ଅନିଲ କୁମାର କହିଛନ୍ତି ଯେ, ଦେଶର ସର୍ବୋଚ୍ଚ ନେତା ତଥା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଦକ୍ଷତା ଓ ବିକାଶଶୀଳ ପ୍ରଗତି ଉପରେ ଅନୁପ୍ରାଣିତ ହୋଇ ଆଜି ସେ ସ୍ଵେଚ୍ଛାକୃତ ରୂପେ ଦଳରେ ଯୋଗଦାନ କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ।
ସେହିପରି ଯୋଗଦାନ କରିଥିବା ନେତା ଓ ନେତ୍ରୀ ଉଭୟ ପ୍ରତିକ୍ରିୟା ରଖିଛନ୍ତି ଯେ, ଗଞ୍ଜମ ଜିଲ୍ଲା ତଥା ବ୍ରହ୍ମପୁର ଆଖପାଖ ବ୍ଲକର ବିକାଶ ଓ ଉନ୍ନତି କେବଳ ବିଜେପିର ସଂଗଠନ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସମ୍ଭବ ଏଣୁ ଆଜି ଆମେ ଆମ ପ୍ରିୟ ନେତା ତଥା ବିଧାୟକ ଶ୍ରୀ ଅନିଲ କୁମାରଙ୍କ ନେତୃତ୍ୱରେ ଯୋଗଦାନ କରିଥିଲେ ବୋଲି କହିଥିଲେ। ଏନେଇ ବିଜେଡି ନେତାଙ୍କ ପକ୍ଷରୁ ଏହି ମିଶ୍ରଣକୁ କଟାକ୍ଷ କରି କୁହାଯାଇଛି ଯେ, ଉଭୟ ଦୁଇ ନେତା କେବଳ ଖାଲିଟାରେ ପଦ ପଦବୀ ମାଡିବସି ରଖିଥିଲେ, ଏଣୁ ବିଜେଡି ଛାଡ଼ି ଯିବାରେ କିଛି ଫରକ୍ ପଡିବନି ବୋଲି ଚର୍ଚ୍ଚା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଦଳର ବହୁ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ।
